ରେଳ ଧାରଣାରୁ ଠାବ ହେଲା ମୃତଦେହ, କିଛି ସମୟ ପୂର୍ବରୁ ଚାଲି ଚାଲି ଯାଉଥିଲେ ଯୁବକ : ଆତ୍ମହତ୍ୟା ନା ଦୁର୍ଘଟଣା ?

Published By : Prameya-News7 Bureau | April 29, 2021 IST

କେନ୍ଦ୍ରାପଡ଼ା ୨୯।୦୪: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ । କେନ୍ଦ୍ରାପଡ଼ା ସଦର ଥାନା ଗୁଆଳସଂ ଅଞ୍ଚଳରୁ ଠାବ ହୋଇଛି ମୃତଦେହ । ମୃତକ ଠାକୁରପାଟଣା ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଯୁବକ ଜଣଙ୍କ ରେଳ ଧାରଣା ଆଡେ ଯାଉଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହାର ପ୍ରାୟ ଦେଢ ଘଣ୍ଟା ପରେ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ତେବେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ମୃତକ ଠାକୁରପାଟଣା ଗାଁର ହୋଇଥିବା ବେଳେ ପରିବାର ଲୋକ ଓ ପୋଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.