ଜଙ୍ଗଲରୁ ମିଳିଲା ଗଳିତ ମୃତଦେହ, ଖିଅ ଖୋଜୁଛି ପୋଲିସ

Published By : Prameya-News7 Bureau | November 08, 2021 IST

କାମାକ୍ଷାନଗର ୦୮।୧୧: ଗଳିତ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗୁଳାଗାଡ଼ିଆ ଗାଁ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁଳାଗାଡ଼ିଆ ଗାଁ ଜଙ୍ଗଲରୁ ଏକ ଗଳିତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଗାଁ ଜଙ୍ଗଲରେ ପଡିଥିବା ମୃତଦେହର ପରିଚୟ ମିଳିଛି । ମୃତକ ପରଜଙ୍ଗ ଥାନା ଗୋଳାଗାଡ଼ିଆ ଗାଁର କୈଳାଶ ଧଳ ବୋଲି ଜଣାପଡିଛି । ସେପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସେହିପରି ପରଜଙ୍ଗ ଥାନା ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ମୃତ୍ୟୁ ପଛର ଖିଅ ଖୋଜୁଛି ପୋଲିସ । ଏହା ହତ୍ୟା ନା ଆଉ କିଛି , ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.