ଅଭିଯୋଗ ପରେ ଆସିଲାନି ପୋଲିସ, ରାତିସାରା ଗଛରେ ଝୁଲି ରହିଲା ମୃତଦେହ
6/03/2021 at 9:29 AM

ଜୟପୁର ୦୬।୦୩: ରାତିସାରା ଗଛରେ ଝୁଲି ରହିଲା ମୃତଦେହ । ଖବର ଦେବା ପରେ ବି ଆସିଲାନି ପୋଲିସ । କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସ ବିରୋଧରେ ଆସିଛି ଏମିତି ଅଭିଯୋଗ ।
ଖବର ଅନୁଯାୟୀ, ଗତକାଲି ଦିନ ୨ଟା ସମୟରେ କୋଟପାଡ଼ ଥାନା ଆମ୍ବଡ଼ାମୁଣ୍ଡା ଗାଁ ନିକଟରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର କିଛି ଲୋକ ଦେଖିଥିଲେ । ସେଠାରୁ କିଛି ଦୂରରେ ତାଙ୍କର ଜୋତା ମଧ୍ୟ ପଡିରହିଛି । ତେବେ ଏନେଇ ପରିବାର ଲୋକେ କୋଟପାଡ଼ ପୋଲିସକୁ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ଦୀର୍ଘ ୧୮ଘଣ୍ଟା ପରେ ବି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିନାହାଁ । ଯାହାକୁ ନେଇ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ ।
Related Posts
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା
17 April 2021