ରାତିରୁ ଯାଇଥିଲେ ଆଉ ଫେରିଲେନି, ଗାଁ ପଡିଆରୁ ଠାବ ହେଲା ମୃତଦେହ : ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | June 02, 2021 IST

ଯାଜପୁର ୦୨।୦୬: ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲି ପଞ୍ଚାୟତ ମହମଦାପୁର ପଡିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମହମଦାପୁରର କଣ୍ଟିଆ ସାହିର ରାଜକିଶୋର ଖୁଣ୍ଟିଆଙ୍କ ପୁଅ ବିଦ୍ୟାଧର ଖୁଣ୍ଟିଆ (୨୮)।  ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରୁ ବିଦ୍ୟାଧର ଘରୁ ବାହାରି ପରେ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ଵେ ତାଙ୍କୁ ପାଇ ନଥିଲେ । ବୁଧବାର ସକାଳୁ ତାଙ୍କ ମୃତଦେହ  ପଡିଆରେ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।  ରାଜକିଶୋରଙ୍କୁ କେହି ହତ୍ୟା କରି ମାରି ଦିଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ସେପଟେ ଏହା ହତ୍ୟା ନା ଅନ୍ୟ କିଛି କରାଣ ଅଛି ତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ ଯାଜପୁର ସଦର ଥାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.