ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | April 18, 2021 IST

ଢେଙ୍କାନାଳ ୧୮।୦୪ : ପୋଖରୀରୁ ମୃତଦେହ ଠାବ । ମୃତକଙ୍କ ନାମ ଗଗନ ଜେନା ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ଜାଉଁଳି ପୋଖରୀରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗଗନ ଢେଙ୍କାନାଳ ପୌରସଂସ୍ଥାର ସଫେଇ କର୍ମଚାରୀ ଭାବେ କାମ କରନ୍ତି । ଶନିବାର ସନ୍ଧ୍ୟାରୁ ସେ ଘରୁ ଆସି ଆଉ ଫେରିନଥିଲେ । ଘର ଲୋକ ତାଙ୍କୁ ଖୋଜାଖୋଜି କରି ପାଇନଥିଲେ । ମାତ୍ର ଆଜି ସକାଳୁ ତାଙ୍କ ମୃତ ଦେହ ସ୍ଥାନୀୟ ଜାଉଁଳି ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ମଦ୍ୟପାନ ଜନିତ କାରଣରୁ ପୋଖରୀରେ ଗାଧୋଉଥିବା ବେଳେ ବୁଡି ଯାଇଥିବା ସନ୍ଦେହ କରାଯାଇଛି । ଟାଉନ ପୁଲିସ ଶବ ଜବତ କରି ତଦନ୍ତ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.