Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାତିରେ ଘରୁ ଯାଇଥିଲେ, ଆଉ ଫେରିଲେନି ; ସକାଳୁ ଠାବ ହେଲା ମୃତଦେହ, ହତ୍ୟା ସନ୍ଦେହ

7/07/2021 at 10:45 AM

କଟକ ୦୭।୦୭: କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାକ । ମୃତକ ରମେଶ ଭୋଇ , ସେ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡିଛି । କଟକ ଜଗତପୁର କଣିବାଟି ନିକଟ କେନାଲରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ। କିନ୍ତୁ ତା ପରେ ଆଉ ଘରକୁ ଫେରିନଥିଲେ। ସକାଳୁ କେନାଲ ଭିତରେ ତାଙ୍କର ମୃତଦେହ ମିଳିବା ସହିତ କେନାଲର ପୋଲ ଉପରେ ରକ୍ତ ଦାଗ ପଡ଼ିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts