ନଦୀରେ ଭାସୁଛି ମୃତଦେହ, ହତ୍ୟା ନା ଆଉ କିଛି ?

Published By : Prameya-News7 Bureau | May 29, 2021 IST

ଚଣ୍ଡିଖୋଲ ୨୯।୦୫: କେଳୁଅ ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ପଞ୍ଚାୟତ ସ୍ୱାଇଁସାଇ ଗାଁ ନଦୀରେ ଭାସୁଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କିଛି ନଦୀରେ କଣ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଆଜି ଭୋର ସମୟରେ ଏକ ମୃତଦେହ ନଦୀ କୂଳରେ ଆସି ଲାଗିଥିଲା । ଶବଟି ମୁହଁ ମାଡି ପଡିରହିଛି । ଯାହାଫଳରେ ଏହା ପୁରୁଷ କି ମହିଳା ଜଣାପଡିନାହିଁ । ପାଖାପାଖି ସପ୍ତାହେ ତଳର ମୃତଦେହ ହୋଇଥିବା ବେଳେ ବୟସ ପ୍ରାୟ ୪୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଘଟଣାସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଶବଟି କେଉଁଠୁ ଆସିଲା, ତାହା ସନ୍ଦେହ ଘେରରେ । କେହି ଦୁର୍ବୃତ୍ତ ହତ୍ୟା କରି ନଦୀରେ ଫିଙ୍ଗି ଦେଇପାରନ୍ତି କିମ୍ବା କୋଭିଡ଼ ଆକ୍ରାନ୍ତଙ୍କ ମୃତଦେହ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.