୪ଦିନ ହେଲା ଥିଲେ ନିଖୋଜ, ଗାଁ ନିକଟରୁ ଠାବ ହେଲା ଯୁବକଙ୍କ ମୃତଦେହ ; ପାଖରେ ପଡିଛି ମଦବୋତଲ

Published By : Prameya-News7 Bureau | January 03, 2021 IST

ବୌଦ୍ଧ ୦୩।୦୧ : କଚେରୀ ଛକ କ୍ଷେତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ । ବୌଦ୍ଧ ସହର ସ୍ଥିତ କଚେରୀ ଛକ ନିକଟରେ କ୍ଷେତରେ ଥିବା ବାଲିଗଦାରୁ ମୃତେଦହ ଠାବ ହୋଇଚି । ମୃତକ ଜଣକ ବୌଦ୍ଧ ଥାନା ରାଜନପାଲି ର ଅଗସ୍ତି ମହାକୁଡ଼ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":386274,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଗତ ୪ଦିନ ହେଲା ଅଗସ୍ତି ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ବି କୌଣସି ପତ୍ତାମିଳିନଥିଲା । ଶେଷରେ ପରିବାର ଲୋକ ବାଧ୍ୟ ହୋଇ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବୌଦ୍ଧ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ କୌଣସି ପତ୍ତାମିଳିନଥିଲା । ଆଜି କଚେରୀ ଛକ ନିକଟରେ ଅଗସ୍ତିଙ୍କ ମୃତେଦହ ପଡିଥିବା ପୋଲିସକୁ ଖବର ମିଳିଥିଲା । ପରିବାର ଲୋକ ଶବକୁ ଚିହ୍ନଟ କରିଥିଲେ । ତାଙ୍କ ମୁଣ୍ଡ ଗଭୀର ଆଘାତ ଲାଗିଥିବା ବେଳେ ମୃତ ଦେହ ପାଖରେ ମଦ ବୋତଲ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବାର ଲୋକ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି  ବୌଦ୍ଧ ପୋଲିସ ଏ ସଂକ୍ରାନ୍ତରେ ସାନବାଗବର ଗାଁର ଜଣେ ବ୍ୟକ୍ତିକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.