କଟାମୁଣ୍ଡ ପରେ କଟାହାତ : ଅନ୍ଧାରୁଆ ରାସ୍ତାରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ,ନିକଟରେ ପଡିଛି ବାଇକ୍‌

Published By : Prameya-News7 Bureau | April 22, 2021 IST

ଭୁବନେଶ୍ୱର ୨୨।୦୪: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ରାସ୍ତାରୁ ପୁଣି ମିଳିଲା କ୍ଷତବିକ୍ଷତ ମୃତ ଦେହ । ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଜବତ କରିଛି ଚନ୍ଦକା ଥାନା ପୋଲିସ୍ ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ରାସ୍ତା କଡ଼ରେ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ନିକଟସ୍ଥ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି । ତେବେ ମୃତ ଦେହ ପଡିଥିବା ସ୍ଥାନରୁ କିଛି ଦୂରରେ ପଡିଛି ଯୁବକଙ୍କ କଟା ହାତ । ସେହିପରି ମୃତ ଦେହ ନିକଟରେ ଏକ ଦାମୀ ବାଇକ୍ ମଧ୍ୟ ପଡିଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିନାନାହିଁ । ଚନ୍ଦକା ପୋଲିସ ମୃତ ଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଅନ୍ଧାରୁଆ ରାସ୍ତାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିଥିଲା । ଯାହାପରେ ହଇଚଇ ସୃଷ୍ଟି ହୋଇଯାଇଥିଲା । କିନ୍ତୁ ଘଟଣାର କିଛି ଦିନ ପରେ ପୋଲିସ ଘଟଣାର ଖୁଲାସା କରିଥିଲା । ମହିଳାଙ୍କ ହତ୍ୟା ପରେ ଏଠାରେ କଟାମୁଣ୍ଡ ପକାଯାଇଥିଲା । ଘଟଣାରେ କିଛି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.