Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମାଛ ଧରିବାକୁ ଯାଇ ନିଖୋଜ ଘଟଣା, ପ୍ରାୟ ୨୪ ଘଣ୍ଟା ପରେ ମୃତଦେହ ଠାବ

15/06/2020 at 7:54 AM

ବାଲିପାଟଣା ୧୫।୦୬ : କୁଆଖାଇ ନଦୀରେ ଗତକାଲି ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଘଟଣା । ପ୍ରାୟ ୨୪ଘଣ୍ଟାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ।   

ସୂଚନାଯୋଗ୍ୟ ଯେ, ଗତକାଲି ମାଛ ଧରିବାକୁ ଯାଇଥିବା ବେଳେ ଗଡ଼କଣ୍ଟଣିଆ ଠାରେ କୁଆଖାଇ ନଦୀରେ ଜଣେ ନିଖୋଜ ହୋଇଯାଇଥିଲେ । ନଦୀକୁ ମାଛ ଧରିବାକୁ ଯାଇ ସେକ୍ ଜଲ୍ଲାଉଦ୍ଧିନ୍ ନାମକ ଜଣେ ବ୍ୟକ୍ତି ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇଁ ବାଲିଅନ୍ତା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପରେ ଓଡ୍ରାଫ ଟିମ୍‌ ମଧ୍ୟ ପହଞ୍ଚି ଖୋଜାଖୋଜି କାର୍ଯ୍ୟ କରିଥିଲା । କିନ୍ତୁ କୌଣସି ପତ୍ତାମିଳିନଥିଲା । ଶେରେ ପ୍ରାୟ ୨୪ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ମୃ୍ତଦେହ ଉଦ୍ଧାର କରାଯାଇଛି ।  ବାଲିଅନ୍ତା ପୋଲିସ୍ ମୃତ ଦେହ ଜବତ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ୍‌କୁ ପଠାଇଛି ।

   Related Posts