ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ

Published By : Prameya-News7 Bureau | October 31, 2020 IST

ବାଲିପାଟଣା ୩୧।୧୦: ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ । ବାଲିଅନ୍ତା ଥାନା ଭିଙ୍ଗାରପୁର ବ୍ରିଜ ନିକଟରେ ଥିବା କୁଶଭଦ୍ରା ନଦୀରେ ଭାସୁଛି ମୃତଦେହ । ମୃତ ଦେହର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, କୁଶଭଦ୍ରା ନଦୀରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ ପରିସ୍ଥିତିରେ ମୃତଦେହ ଟି ଏଠାକୁ ଆସିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମହିଳାଙ୍କ ବୟସ ପାଖାପାଖି  ୪୦ ରୁ ୪୫ ବର୍ଷ ବୟସ ହେବ ବୋଲି ଆନୁମାନ କରାଯାଉଛି ।

ସେହିପରି ଆଜି ସକାଳ ସମୟରେ ନଦୀକୁ କିଛି ବ୍ୟକ୍ତି ଯାଇଥିବା ବେଳେ ମୃତ ଦେହଟି ଭାସୁଥିବା ଦେଖିଥିଲେ । ଏନେଇ ବାଲିଅନ୍ତା ଥାନା ପୋଲିସକୁ ଖବର ଦେଇଥିଲେ ଲୋକେ । ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ କିଛିଟା ସତ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.