ମହାନଦୀ ବାଲି ପଠାରୁ ମହିଳାଙ୍କ ମୃତଦେହ ଠାବ, ୪ଦିନ ହେଲା ଥିଲେ ନିଖୋଜ

Published By : Prameya-News7 Bureau | October 07, 2021 IST

ଆଠଗଡ଼ ୦୭।୧୦: ମହାନଦୀ ବାଲି ପଠାରୁ ମହିଳାଙ୍କ ମୃତଦେହ ଠାବ । ବଡମ୍ବା ଥାନା ଅନ୍ତର୍ଗତ ବାଙ୍ଗରସିଂହା ଓ ଯୋଡୁମୁଁ ଗାଁ ପାଖ ପଠାରୁ ମିଳିଲା ମୃତଦେହ । ମୃତଦେହଟି ବୌଦ୍ଧ ଅଞ୍ଚଳର ପ୍ରତିମା ସାହୁଙ୍କର ହୋଇଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ,  ଗତ ୪ ଦିନ ତଳେ ଦୁର୍ଘଟଣାରେ ମହାନଦୀକୁ ପଡିଯାଇ ନିଖୋଜ ଥିଲେ ପ୍ରତିମା । ସେବେଠାରୁ ଖୋଜିଖୋଜି ଚାଲିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଶେଷରେ ଏବେ ମହାନଦୀ ବାଲି ପଠାରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । ମୃତଦେହ ଠାବ ହୋଇଥିବା ଖବର ପୋଲିସ ପାଇ ଘଟଣାସ୍ଥଳରେ ପହଞ୍ଚିଛି । ବଡମ୍ବା ପୋଲିସର ମୃତଦେହକୁ ଜବତ କରିବା ସହ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.