Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଗାଁ ପୋଖରୀରୁ ମିଳିଲା ମହିଳାଙ୍କ କଙ୍କାଳ: ବେକରେ ବନ୍ଧାଯାଇଛି ଓଢଣୀ, ହତ୍ୟା ସନ୍ଦେହ

8/04/2021 at 8:57 AM

ଯାଜପୁର ୦୮।୦୪: ପୋଖରୀରୁ ମିଳିଲା ମହିଳାଙ୍କ କଙ୍କାଳ । ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଠାବ ହୋଇଛି ମହିଳାଙ୍କ ଗଳିତ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ପୋଖରୀ ସ୍ଥାନୀୟ ଲୋକ ଏକ ମହିଳାଙ୍କ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ। ମହିଳା ବେକରେ ଏକ ଓଢଣୀ ବନ୍ଧା ହୋଇଥିବା ବେଳେ କଙ୍କାଳ ପଡିରହିଛି। ପୋଖରୀରେ ପାଣିଥିବା ବେଳେ ପ୍ରାୟ ମାସକ ତଳେ କେହି ଏହି ମୃତ ଦେହକୁ ହତ୍ୟା କରି ଏଠାରେ ପକାଇ ଦେଇଥିବା ଆଲୋଚନା ହେଉଛି। ତେବେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ମହିଳାଙ୍କ ବୟସ  ୩୦/୩୫ ବର୍ଷ ହୋଇଥିବା ବେଳେ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ତେବେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ? କେତେ ଦିନ ହେଲା ହତ୍ୟା କରିଛି ?  ମହିଳାଙ୍କ ସ୍ଥାନୀୟ ଅଞ୍ଚଳର ନା ବାହାର ଅଞ୍ଚଳର ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

   Related Posts