କେନାଲରେ ଭାସୁଛି ମୃତଦେହ, ହତ୍ୟା ନା ଆତ୍ମହତ୍ୟା !

Published By : Prameya-News7 Bureau | September 14, 2021 IST

କଟକ ୧୪।୦୯: କେନାଲରେ ଭାସୁଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । କଟକ ଫ୍ରେଣ୍ଡ କଲୋନୀ ସ୍ଥିତ କେନାଲରେ ଭାସୁଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, କଟକ ଫ୍ରେଣ୍ଡ କଲୋନୀ ସ୍ଥିତ ଏକ କେନାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ତୁରନ୍ତ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମଙ୍ଗଳାବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.