ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | February 21, 2021 IST

ରାଉରକେଲା, ୨୧୦୨ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା  ଘୋଘର ମନ୍ଦିର ରାସ୍ତା କଡ଼ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଘୋଘର ଗ୍ରାମ ଦେହୁରୀ ପଡାର ୨୬ ବର୍ଷୀୟ ରାହୁଲ ନାଏକ ବୋଲି ଜଣାପଡିଛି  ।

ସୂଚନାନୁସାରେ, ଶନିବାର ୧୦ ଟାରେ ରାହୁଲ ଘରେ ଥିବା  ସମୟରେ ମୋବାଇଲରେ କଲ ଆସିବାରୁ   ଘରୁ ବାହାରିଥିଲେ  କିନ୍ତୁ ରାତିରେ ଆଉ ଘରକୁ ଫ୍ରରିନଥିଲେ। ରବିବାର ସକାଳୁ ତାଙ୍କର ମୃତଶରୀର ରାସ୍ତା କଡ ନିକଟରେ ପଡିଥିଲେ । କାଳେ ସେ ବଞ୍ଚିଥିବେ ଭାବି  ଗାଁ ଲୋକେ  ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଯୁବକଙ୍କ ଶରୀରରେ ଅନେକ  କ୍ଷତ ଚିହ୍ନ ଥିବାରୁ ପରିବାର ଲୋକେ ରାଜଗାଙ୍ଗପୁର ଥାନା  କାଂସ ବାହାଲ ଫାଣ୍ଡିରେ  ହତ୍ୟା ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.