ଶବ ସତ୍କାର ପରେ ଗାଁରେ ଉତ୍ତେଜନା : ଅଧା ଜଳା ଶବକୁ ନେଇ ବିରୋଧ କଲେ ଗ୍ରାମବାସୀ
7/08/2020 at 2:57 PM

ଦାରିଙ୍ଗିବାଡ଼ି,୭/୮: ଶବ ଶତ୍କାର ହେବା ପରେ ଗ୍ରୀନବାଡ଼ି ପଂଚାୟତ କୁତୁବାଡ଼ି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗିବାଡ଼ିର ଜନୈକ ବ୍ୟକ୍ତିଙ୍କ ଦାରିଙ୍ଗିବାଡ଼ି ମେଡିକାଲରେ ଗତକାଲି ରାତିରେ ମୃତ୍ୟୁବରଣ କରିଥିଲେ । କରୋନା ହୋଇଥିବା ସନ୍ଦେହ କରି ପୂର୍ବରୁ ପ୍ରଶାସନ ପକ୍ଷରୁ ହୋଇଥିବା ଜାଗା ଚିହ୍ନଟରେ ଗତକାଲି ରାତିରେ ପରିବାର ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ଶବ ଶତ୍କାର କରାଯାଇଥିଲା । ହେଲେ ଶବଟିକୁ ଚିହ୍ନଟ ସ୍ଥାନର ରାସ୍ତା କଡରେ ପୋଡିଦେଇଥିବା ଓ ଶବ ସମ୍ପୂର୍ଣ୍ଣ ଭାବେ ପୋଡିନଥିବା ଯୋଗୁଁ କୁତୁବାଡ଼ି ଗ୍ରାମବାସୀ ଏହାକୁ ଆଜି ବିରୋଧ କରିଥିଲେ ।

ଏପରିକି ଘଟଣାକୁ ନେଇ ଆଜି ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଉତ୍ତେଜନା ପ୍ରକାଶ ପାଇବା ପରେ ଦାରିଙ୍ଗିବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଏଥି ସହିତ ଅଧା ପୋଡା ଶବକୁ ପରିବାର ପକ୍ଷରୁ ପୁଣି ସମ୍ପୂର୍ଣ୍ଣ ଭାବେ ପୋଡା ଯାଇଥିଲା । ଏହାପରେ ଉତ୍ତେଜନା ଶାନ୍ତ ହୋଇଥିଲା ।