ଭୋପାଳ ୧୩/୫: ଜୁଇରୁ ଜିଁ ଉଠିଲା ଶବ ! ଚିତାରୁ ଉଠି ବସିବା ପରେ ଜୋରରେ ଶବ୍ଦ କରିବାକୁ ଲାଗିଥିଲା ଶବ । ଏହା ପରେ ଶ୍ବାଶାନ ଘାଟରେ ଭୟର ବାତାବରଣ ଖେଳିଯାଇଥିଲା। ପରିବାର ଲୋକେ ଡାକ୍ତର ଏବଂ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଘଟଣାସ୍ଥଳରେ ଡାକ୍ତର ପହଞ୍ଚିଥିଲେ ଏବଂ ଆମ୍ବୁଲାନ୍ସରେ ଯୁବକଙ୍କୁ ପୁଣିଥରେ ମୃତ ଘୋଷଣା କରିଥିଲେ। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲା ସ୍ଥିତ ମୁକ୍ତିଧାମରେ ଘଟିଛି।
ଆମ୍ବୁଲାନ୍ସରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବି ପରିବାର ଲୋକେ ମାନିନଥିଲେ। ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ସେଠରେ ଯାଞ୍ଚ ପରେ ତାଙ୍କୁ ପୁଣି ଥରେ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକଙ୍କ ନାଁ ଅନିଲ ଜୈନ। ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପାଖାପାଖି ୧୫ ଦିନ ହସ୍ପିଟାଲରେ ଥିଲେ ଅନିଲ। ତାଙ୍କୁ କରୋନା ହୋଇଥିଲା। ଗୁରୁବାର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପରେ ତାଙ୍କୁ ଶ୍ମଶାନ ନିଆଯାଇଥିଲା। ସେଠାରେ ଜୁଇରୁ ଉଠି ବସିବା ସହ ଓମ ଓମ ଉଚ୍ଚାରଣ ଶୁଭିଥିଲା ବୋଲି ମୃତକଙ୍କ ଭାଇ କହିଛନ୍ତି। ତାପରେ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଅନିଲ ଜିଲ୍ଲା ହସ୍ପିଟାଲରେ ଜୀବିତ ଥିଲେ। ସେପଟେ ଜଣେ ସିଭିଲ ସର୍ଜନଙ୍କ ଅନୁସାରେ ଅନିଲ ଜୀବିତ ଥିବା କଥା ଭୁଲ। ଅନିଲଙ୍କୁ ଶ୍ମଶାନ ଆଣିବା ପରେ ମଧ୍ୟ ସେ ମୃତ ଥିଲେ। ପରିବାର ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି।