ଦାଦନ ଖଟିବାକୁ ଯାଇଥିଲେ ୨ ଶ୍ରମିକ, ଘରକୁ ଫେରିଲା ମୃତଦେହ...

Published By : Prameya-News7 Bureau | February 28, 2021 IST

କଳାହାଣ୍ଡି, ୨୮/୦୨ : ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ । ରୋଜଗାର କରିବା ସହ ପରିବାର ଚଳାଇବା ପାଇଁ ହାଇଦ୍ରାବାଦରେ କରୁଥିଲେ କାମ । ଦାଦନ ଭାବେ ଖଟୁଥିଲେ । କିନ୍ତୁ ଘରକୁ ଫେରିଲା ମୃତଦେହ ।   ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋପୀନାଥପୁର ପଞ୍ଚାୟତରେ।

ସୂଚନାନୁସାରେ, ଗୋପୀନାଥପୁର ଗ୍ରାମର ଦୁଇ ଜଣ ଶ୍ରମିକ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କିନ୍ତୁ ସେଠାରେ ଏକ ଦୁର୍ଘଟଣାରେ ଉଭୟ ପ୍ରାଣ ହରାଇଥିଲେ। ରବିବାର ସେମାନଙ୍କର ମୃତଦେହ ଘରକୁ ଫେରିଛି। ମୃତକଙ୍କ ପରିବାରର ସମେତ ଗାଁରେ ଶୋକର ଲହରୀ ଖେଳିଯାଇଛି । ମୃତକ ଦ୍ୱୟ ହେଲେ ଥୁଆମୁଳା ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ମନୋହର ମାଝୀ ଓ ଉପେନ୍ଦ୍ର ମାଝୀ ।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଦୁର୍ଘଟଣା ଘଟି ସେମାନଙ୍କର ମୃତ୍ୟୁ ହୋଇଥିଲା। ରବିବାର ସେମାନଙ୍କ ମୃତଦେହ ଘରକୁ ପେରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.