ହତ୍ୟା ନା ଆତ୍ମହତ୍ୟା ? କୂଅରୁ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଝୁଲି ରହିଛି ଛିଣ୍ଡା ଧୋତିିିି

Published By : Prameya-News7 Bureau | January 16, 2021 IST

ରାଇରଙ୍ଗପୁର, ୧୬/୦୧ କୂଅରୁ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ।

ଗ୍ରାମରେ ଥିବା ଏକ କୂଅରେ ଧୋତି ସାହାଯ୍ୟରେ ଫାସୀ ଲଗାଇ ବୃଦ୍ଧ ଜଣକ ଝୁଲିଥିଲେ । ତେବେ ଧୋତି ଛିଣ୍ଡି ଯିବାରୁ ବୃଦ୍ଧ ଜଣଙ୍କୁ କୂଅରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। କୂଅରେ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେବାରୁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।

{"id":393259,"sizeSlug":"large","linkDestination":"none"}

ମୃତ ବୃଦ୍ଧ ଜଣଙ୍କ ସେହି ଗ୍ରାମର ୭୨ ବର୍ଷ ବୟସ୍କ ଶିବ ଚରଣ ମହାନ୍ତ ବୋଲି ଜଣାପଡିଛି। ତେବେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବୃଦ୍ଧ ଜଣଙ୍କ ଦିବ୍ୟାଙ୍ଗ ଏବଂ ତାଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭଲ ଭାବରେ କାମ କରୁନଥିବାରୁ କେମିତି ସେ ଧୋତି ସାହାଯ୍ୟରେ କୂଅରେ ଫାସୀ ଲଗାଇ ପାରିଲେ ତାକୁ ନେଇ ସନ୍ଦେହ ଦୂର ହେଉନାହିଁ ।  ଧୋତିଟି ମଧ୍ୟ ଛିଣ୍ଡି ଯିବା ଘଟଣାକୁ ଦେଖିଲେ କେହି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ସେପଟେ ବୃଦ୍ଧ ଜଣକ ରାତି ପ୍ରାୟ ଆଠଟା ପର୍ଯ୍ୟନ୍ତ ଘରେ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ତେବେ ପୋଲିସର ତଦନ୍ତ ପରେ ଓ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଗାଁରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.