ମାଟିତଳୁ ଉଦ୍ଧାର ହେଲା ଯୁବକଙ୍କର ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | October 12, 2021 IST

ଭଞ୍ଜନଗର, ୧୨/୧୦: ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ମଳିଙ୍ଗି ଛକ ନିକଟ ଏକ ନିଛାଟିଆ ଜାଗାରେ ମାଟି ତଳୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହଟି ନିକଟ ସୁଗୁମୁ ଗ୍ରାମର ମାଧବ ନାଇକଙ୍କର ବୋଲି ଜଣାପଡିଛି l ମାଧବ ଗତ ୫ ଦିନ ହେବ ନିଖୋଜ ଥିବା ତାଙ୍କ ବଡ଼ ଭାଇ କାହ୍ନୁ ନାଇକ ଜଗନ୍ନାଥ ପ୍ରସାଦ ଥାନାରେ ଏତଲା ଦେଇଥିଲେ। ସେହିଦିନ ଠାରୁ ପୋଲିସ ମାଧବକୁ ଖୋଜା ଖୋଜି କରୁଥିଲା ।

ଆଜି ଖବର ପାଇ ମଳିଙ୍ଗି ଠାରେ ମାଟି ତଳୁ ମାଧବର ମୃତଦେହ ଉଦ୍ଧାର କରି ବ୍ରହ୍ମପୁରକୁ ପଠାଯାଇଛି । ପରିବାର ଲୋକଙ୍କ କହିବାନୁଯାୟୀ ମାଧବଙ୍କର ସେହି ଗ୍ରାମର ରମେଶ ନାଇକ ଏବଂ ପନ୍ଦରିଆ ନାଇକଙ୍କ ସହିତ ଶତ୍ରୁତା ଥିଲା । ସେଇମାନେ ହିଁ ମାଧବକୁ ନିଶା ଦେଇ ନିଛାଟିଆ ସ୍ଥାନକୁ ଡ଼ାକିନେଇ ହତ୍ୟା କରିବା ସହ ମାଟି ତଳେ ପୋତି ଦେଇଥିବା ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି  l

ଘଟଣା ସ୍ଥଳରେ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ପରିବାରର ଅଭିଯୋଗ ଅନୁଯାୟୀ ଦୁଇଭାଇଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି l ଶବ ବ୍ୟବଛେଦ ପରେ ଘଟଣାର ସଠିକ କାରଣ ଜଣାପଡିପାରେ ବୋଲି ପୋଲିସ୍‌ କହିବା ସହିତ ଏନେଇ ଅଧିକ ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.