ସମୁଦ୍ର କୂଳରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ, ଗାଧୋଇବା ବେଳେ ବୁଡ଼ି ଯାଇଥିବା ସନ୍ଦେହ

Published By : Prameya-News7 Bureau | October 12, 2021 IST

ବ୍ରହ୍ମପୁର , ୧୨/୧୦: ଗୋପାଳପୁର ସମୁଦ୍ରରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ହେଲେ ମୃତ ମହିଳାଙ୍କ ପରିଚୟ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରିଥିବା ବେଳେ ସମୁଦ୍ରକୂଳରୁ ଚପଲ ଏବଂ କିଛି ସାମଗ୍ରୀ ଜବତ କରିଛି ପୋଲିସ୍ । ଗାଧୋଇବାକୁ ଯାଇ ସମୁଦ୍ରରେ ବୁଡି ମହିଳାଙ୍କର ମୃତ୍ଯୁ ହୋଇଥିବା ପୋଲିସ୍ ସନ୍ଦେହ କରୁଛି । ଏନେଇ ଘଟଣାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.