Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଚୋରି ପରେ ହତ୍ୟା ! ରାସ୍ତାକଡରେ ପଡିଛି ଯୁବକଙ୍କ ମୃତଦେହ…

2/01/2021 at 9:17 AM

ତେଳକୋଇ ୦୨।୦୧: ରାସ୍ତାକଡ଼ରେ ଅଜଣା ଯୁବକଙ୍କ ମୃତଦେହ ପଡିଛି । ମୃତଦେହରେ ଅନେକ କ୍ଷତ ରହିଥିବା ସୂଚନା ରହିଛି । ଚୋରି ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିମା ଗାଁ ପୋଖରୀ ନିକଟରେ ଥିବା ରାସ୍ତାକଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡିଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।  ତେବେ ମୃତ ଯୁବକଙ୍କ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଛି । ମୃତଦେହ ନିକଟରେ ବାଇକ୍‌ର କିଛି ଭଗ୍ନାବଶେଷ ପଡିଥିବାର ଦେଖିବାକୁ ମିଳିଛି । ବାଇକ ଚୋରି ପରେ ହତ୍ୟା ଯୁବକଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଅନୁମାନ କରାଯାଉଛି ।

ସେହିପରି ଘଟଣାସଂପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ପୋଲିସ ଅଧିକ ଛାନ୍‌ଭିନ୍‌ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି । ପ୍ରକୃତରେ ବାଇକ୍‌ ଚୋରି ପରେ ତାଙ୍କୁ ହତ୍ୟା କରାଯାଇଛି । ନା ଅନ୍ୟ କୌଣସି କାରଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି । ତାହା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

   Related Posts