ବିଚ୍‌ ରାସ୍ତାରେ ପଡିଛି ଯୁବକଙ୍କ ମୃତଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | April 11, 2020 IST

ବାଲେଶ୍ୱର ୧୧।୦୪: ରାସ୍ତାରେ ପଡିଛି ମୃତଦେହ । ବାଲେଶ୍ବର ସଇପୁର ଗାଁ ପାଖ ରାସ୍ତାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ଶରୀରରେ  କ୍ଷତଚିହ୍ନ ଥିବା ବେଳେ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି । ମୃତ ଯୁବକ ଚକ୍ରଧର ବାରିକ । ତାଙ୍କ ଘର ସେଖପାଟଣା ଗାଁରେ । ଘଟଣାସ୍ଥଳର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":252304,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ଦିନ ବିଚ୍‌ ରାସ୍ତାରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ମୃତଦେହ ପଡିଥିବା ଖବର ଶୁଣି ପରିବାର ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ତାଙ୍କ ପୁଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଥ୍ୟା ଯୋଗଡା କରିବାର ଲାଗିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଡକାଯିବ ବୋଲି ସୂଚନା ମିଳିଛି । ତେବେ କିଭଳି ପରିସ୍ଥିତିରେ ହତ୍ୟା କରାଗଲା ତହାର ଛାନ୍‌ଭିନ୍‌ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.