ରେଳ ଧାରଣାରେ ପଡିଛି ଅଜଣା ମୃତଦେହ, ହତ୍ୟା ନା ଆଉ କିଛି ?

Published By : Prameya-News7 Bureau | October 27, 2021 IST

ଚଣ୍ଡିଖୋଲ ୨୭।୧୦: ଟ୍ରେନ୍‌ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ  ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନ୍‌ର ଖୋସାଲିପୁର ରେଳ ଧାରଣା ନିକଟରୁ ଠାବ ହୋଇଛି ମୃତଦେହ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ସ୍ଥାନୀୟଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇଥିଲେ । ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଜିଆର୍‌ପିକୁ ଘଟଣା ବାବଦରେ ଅବଗତ କରାଇଥିଲେ । ତେବେ ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ରେଳ ଧାରଣାକୁ ଯୁବକଙ୍କ ମୃତଦେହ କିପରି ଆସିଲା । ସେନେଇ ତନାଘନା ଜାରି ରହିଛି । ଟ୍ରେନ୍‌ରେ କଟି ମୃତ୍ୟୁ ହୋଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି । ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.