କେମିତି ମରିଲେ ଯୁବତୀ ? ମଶାଣିରେ ପୋତା ହୋଇଛି ମୃତଦେହ, ଖୋଳିଲେ ଫିଟିବ ଗୁମର...

Published By : Prameya-News7 Bureau | June 01, 2021 IST

ଚଣ୍ଡିଖୋଲ ୦୧।୦୬: ମଶାଣିରେ ପୋତା ହୋଇଛି ମୃତଦେହ । ମାଟି ତଳୁ ବାହାର କରିବ ପୋଲିସ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପଞ୍ଚାୟତରେ ଘଟିଛି ଏପରି ଅଭାବନୀୟ ଘଟଣା । ପୋଲିସର ଛାନ୍‌ଭିନ୍‌ ଜାରି ।

ଖବର ଅନୁଯାୟୀ, ଆରୁହା ପଞ୍ଚାୟତର ସ୍ୱର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନା ଜେନାଙ୍କ ରବିବାର ଦିନ ମୃତ୍ୟୁ ହୋଇଯାଇଥିଲା । ଉପସାନାଙ୍କ ମୃତ୍ୟୁ ପରେ ପରିବାର ଲୋକ ନିକଟରେ ଥିବା ଏକ ମଶାଣିରେ ତାଙ୍କର ମୃତଦେହ ପୋତି ଦେଇଥିଲେ । ତେବେ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଯୁବତୀଙ୍କ ଘରେ ପହଞ୍ଚିଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଯୁବତୀ ଜଣଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି । ତାକୁ ନେଇ ତନାଘନା କରୁଛି ପୋଲିସ ।

ସେହିପରି ମଶାଣିରୁ ମାଟି ତାଡି  ଯୁବତୀଙ୍କ ମୃତଦେହକୁ ବାହାର କରିବା ପାଇଁ ଯୋଜନା କରୁଛି ପୋଲିସ । ଯୁବତୀଙ୍କର ମୃତ୍ୟୁ କେଉଁଭଳି ହେଲା ? ଯଦି ବି ମୃତ୍ୟୁ ହେଲା ପୋଲିସକୁ ନଜଣାଇ କିପରି ମୃତଦେହ ପୋତି ଦିଆଗଲା ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ମୃତଦେହ ପୋଷ୍ଟମର୍ଟମ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଯୁବତୀଙ୍କ ମାଆ ଓ ଭାଇ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.