ହସ୍ପିଟାଲରୁ ମିଳିଲାନି ଗାଡି, ବାଇକରେ ମୃତଦେହ ନେଲେ ଗାଁ ଲୋକେ

Published By : Prameya-News7 Bureau | May 22, 2021 IST

ମାଲକାନଗିରି,୨୨/୦୫:  ଶବକୁ ମିଳିଲା ନାହିଁ ସମ୍ମାନ । ପୁଣି ବାଇକରେ ବୁହା ହେଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ବାଇକ୍‌ରେ ବୁହା ହୋଇଛି ।

ସୂଚନାନୁସାରେ, ଖୈରପୁଟରେ ରହୁଥିବା ଶୁକ୍ରା ଶିଶାଙ୍କ ହୃତଘାତରେ ମୃତ୍ୟୁ ହୋଇଥିଲା ।  ଶୁକ୍ରା ନିଜ ହୋଟେଲରେ ଚାହା ବିକ୍ରି କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛଟପଟ ହେଉଥିବା ଦେଖି ପଡୋଶୀ ଲୋକେ ଖୈରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ କିଛି ସମୟର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କିନ୍ତୁ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା ପାଇଁ ମେଡିକାଲ ପକ୍ଷରୁ କୌଣସି ଗାଡି ଯୋଗାଇ ଦିଆଯାଇନଥିଲା । ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ଏକ ବାଇକ ଯୋଗେ ମୃତଦେହ ନିଜ ଗାଁ କଦମଗୁଡାକୁ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.