ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ

Published By : Prameya-News7 Bureau | July 29, 2021 IST

ଭୁବନେଶ୍ୱର ୨୯।୦୭ :  ମାଷ୍ଟର କ୍ୟାଣ୍ଟିନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କଲା ଶହୀଦନଗର ଥାନା ପୋଲିସ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି ପୋଲିସ ।

ଖବର ଅନୁଯାୟୀ, ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତୁରନ୍ତ ସ୍ଥାନୀୟଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ ଯୁବକ ଏକ ଜିନ୍‌ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏକା ସାର୍ଟ ପିନ୍ଧିଛନ୍ତି,  ହେଲେ ଏବେ ଯାଏଁ ତାଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକଙ୍କ ବୟସ ୩୦ ବର୍ଷ ଭିତରେ ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ବିଷୟରେ କିଛି ସଠିକ ତଥ୍ୟ ହସ୍ତଗତ ହୋଇନାହିଁ । ପୋଷ୍ଟ ମର୍ଟମ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ଯୁବକଙ୍କ ବିଷୟରେ କିଛି ତଥ୍ୟ ମିଳିବାର ସମ୍ଭାବନା ରହିଛି ।

ତେବେ ଭୁବନେଶ୍ୱରର ଏହି ହାଇ ସିକ୍ୟୁରିଟି ଜୋନ୍‌ରେ ଭିତରେ ଜଣେ ଯୁବକ କିପରି ଆତ୍ମହତ୍ୟା କଲେ ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି । ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.