ଗଛରେ ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | June 04, 2021 IST

ମୋରଡା,୦୪/୦୬:   ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁସାରେ,  ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳଠାରେ ଏକ ଗଛରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ବେକରେ ଦଉଡି ଦେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ଉଭୟଙ୍କ ଘର ଦରଖୁଳିରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.