ସାଇକେଲ୍ ସହ ପାଣି ଭିତରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 09, 2020 IST

କରଞ୍ଜିଆ ୯।୧୧: ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା କଣ୍ଟାଶିମିଳା ଗାଁ ନିକଟରୁ ଉଦ୍ଧାର ହୋଇଛି ମୃତଦେହ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା କଣ୍ଟାଶିମିଳା ଗାଁ ନିକଟର ପୋଲ ତଳୁ ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ । ସାଇକେଲ ସହ ପାଣି ଭିତରେ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକ । ଖବର ପାଇ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.