ରାସ୍ତା ପାର୍ଶ୍ବରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 21, 2020 IST

ଢେଙ୍କାନାଳ ୨୧।୭: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛ ପାଖରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଠାବ କରାଯାଇଛି । ଦକ୍ଷିଣକାଳୀ ରୋଡ଼ର ରାସ୍ତା ପାର୍ଶ୍ଵରେ ଏକ ବୁଦାରୁ ଏହି ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ସ୍ଥାନୀୟ ଖମାର ସାହିର କାନ୍ଦୁଲୁ ଦେହୁରୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।

ଖବର ପାଇ ଟାଉନ୍ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକଙ୍କ ଗୋଡ ଓ ଦେହରେ କିଛି କ୍ଷତ ଚିହ୍ନ ଥିବା ଦେଖାଯାଇଛି । ତେବେ ମୃତଦେହ ପାଖରେ ଏକ ଛୋଟ ବୋତଲରେ କିଛି ରାସାୟନିକ ପଦାର୍ଥ ଥିବା ଏହା ବିଷ ବୋଲି ପୋଲିସ ସନ୍ଦେହ କରିଛି । ଫଳରେ ଏହା ଏକ ଆତ୍ମହତ୍ୟା ବୋଲି ମଧ୍ୟ ସନ୍ଦେହ କରାଯାଇଛି । ତେବେ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.