ମାର୍କେଟ୍ ଯିବାକୁ କହି ଯାଇଥିଲେ, ଫେରିଲେନି ଘରକୁ : ନାଳ ନିକଟରୁ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 16, 2021 IST

ଅନୁଗୋଳ ୧୬।୭: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଡାପଡା ଗାଁ ନିକଟ ନାଳ ନିକଟରେ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକ ଜଣଙ୍କ ହେଲେ ପୋଡାପଡା ଗାଁର ସୁଧିର କୁମାର ସାହୁ । ଗତ ୧୪ ତାରିଖରୁ ଘରୁ ମାର୍କେଟ ଯିବାକୁ କହି ଆଉ ଘରକୁ ଫେରି ନଥିଲେ। ଶୁକ୍ରବାର ତାଙ୍କର ମୃତଦେହ ନାଳ ପାଖରେ ପଡିଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.