କେନାଲ ନିକଟରୁ ଉଦ୍ଧାର ହେଲା ଗଳିତ ମୃତଦେହ, କେହି ଦୁର୍ବୃତ୍ତ ମାରି ଫିଙ୍ଗି ଦେଇଥିବା ସନ୍ଦେହ

Published By : Prameya-News7 Bureau | September 11, 2021 IST

ଅନୁଗୋଳ ୧୧।୯: ଅନୁଗୋଳ ନାଲକୋ ନଗର କଲୋନୀକୁ ଲାଗି କେନାଲ ନିକଟରେ ଜଣଙ୍କର ଗଳିତ ଶବ ପଡିଥିବା ଦେଖିବାକୁ ମିଳିଛି । ଗଳିତ ଶବକୁ ଦେଖି ସ୍ଥାନୀୟ ଲୋକ ଅନୁଗୋଳ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଛି ଗଳିତ ଶବ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ୧୫ ଦିନ ଆଗରୁ ପଡିଥିବା ପୋଲିସ ଅନୁମାନ କରୁଛି । ତେବେ ପାରିପାର୍ଶ୍ବିକ ସ୍ଥିତିରୁ କେହି ନିଶ୍ଚିତ ଭାବେ ମାରି ପକାଇ ଦେଇ ପଳାଇ ଯାଇଥିବା ପୋଲିସ ସନ୍ଦେହ କରୁଛି ।

କିଏ ଓ କିପରି ଆଉ କାହିଁକି ଏପରି ଜାଗାରେ ଶବ ପକାଇ ଦେଇ ଯାଇଛି ତାର ତଦନ୍ତ କରୁଛି ପୋଲିସ । କିଛି ଦିନ ପୂର୍ବରୁ ଏଫସିଆଇ ଚର୍ଚ୍ଚ ନିକଟ ରାସ୍ତା କଡ଼ରୁ ଜଣଙ୍କର ମୃତଦେହ ପୋଲିସ ଉଦ୍ଧାର କରିବା ପରେ ଶନିବାର ଅନ୍ୟ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରିବା ଆଇନ ଶୃଙ୍ଖଳା ଏବଂ ପାଟ୍ରୋଲିଂ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.