Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହାଣ୍ଡିଆ ହେଲା କାଳ : ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

22/06/2020 at 3:11 PM

ସମ୍ବଲପୁର ୨୨।୬: ହାଣ୍ଡିଆ ହେଲା କାଳ । ହାଣ୍ଡିଆ ପିଇବାକୁ ଯାଇ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ ଓ ଶାଳୀ । ମୃତକ ଜଣଙ୍କ ହେଲେ ବରଗଡ ଗୋଡଭଗାର ଅଜୟ ଯାଦବ ।

ସୂଚନାଯୋଗ୍ୟ ଯେ, ଅଜୟ ଲଡୁଖାଇ ସ୍ଥିତ ବାବା ଢାବାରେ ହେଡ୍ ମିସ୍ତ୍ରୀ ହିସାବରେ କାମ କରନ୍ତି । ଗତ ୩ ଦିନ ହେଲା ଢାବାରୁ ଛୁଟି ନେଇ ଅଜୟ ଘରକୁ ଯାଇଥିଲେ । ହେଲେ ଗତକାଲି ଘରୁ ହାଣ୍ଡିଆ ପିଇବାକୁ ଲଢୁଖାଇର ପଠାନ୍ ପଡାକୁ ଯାଇଥିଲେ । ହେଲେ କିଛି ସମୟ ପରେ ତାଙ୍କ ମୃତଦେହ ପଡିଥିବା ଘର ଲୋକଙ୍କୁ ପୋଲିସ ଖବର ଦେଇଥିଲା ।

ତେବେ ତାଙ୍କ ମୁଣ୍ଡ ଓ ଶରୀରର କଟା ଚିହ୍ନ ରହିଥିବାରୁ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତାଙ୍କର ଏକ ୫ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ  ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।

   Related Posts