ରାସ୍ତା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୁଣ୍ଡକୁ ହଣାଯାଇଛି ଧାରୁଆ ଅସ୍ତ୍ରରେ

Published By : Prameya-News7 Bureau | October 01, 2021 IST

ଖୋର୍ଦ୍ଧା ୧।୧୦: ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଖେଳପଡିଆ ନିକଟ ରାଜପଥରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।  ହତ୍ୟା ସନ୍ଦେହ । ମୃତକ ଜଣଙ୍କ ରଣପୁର ଥାନା ଭେରୁପଡା ଗ୍ରାମର ରଂଜନ ବୋଲି ଜଣାପଡିଛି।  ରଣପୁରର ରାଜେଶ କୁମାର ପରିଡା ଓ ରଂଜନ ଏକ ପଲସର ବାଇକ୍ ଯୋଗେ ଜଂକିଆ ପଟୁ ଗୋଳବାଇ ଆଡକୁ ଯାଉଥିବା ବେଳେ ରଂଜନର ମୃତଦେହକୁ ଜାତୀୟ ରାଜପଥ ଉପରେ ପକାଇ ଦେଇ ରାଜେଶ ଦୁର୍ଘଟଣା ହୋଇଥିବା ଅଭିନୟ କରି ରାସ୍ତା କଡରେ ବସିରହିଥିଲେ । ଲୋକେ ଦେଖି ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେଖିବାରୁ ମୃତକ ଜଣଙ୍କର ପଛପଟ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହଣାଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇ ମୋଟର ସାଇକେଲ ଜବତ କରି ରାଜେଶକୁ ଥାନାରେ ଅଟକ ରଖି ଜଙ୍କିଆ ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.