Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମାତାମଠ ଲେନ୍ ରାସ୍ତାରୁ ମୃତଦେହ ଉଦ୍ଧାର, କେହି ଦୁର୍ବୃତ୍ତ ମାରି ଫିଙ୍ଗି ଦେଇଥିବା ସନ୍ଦେହ

24/04/2021 at 10:11 AM

ପୁରୀ ୨୪।୪: ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ମାତାମଠ ଲେନ୍ ରାସ୍ତାରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନାକୁ ପଠାଇଛି ।

ସୂଚନାଯୋଗ୍ୟ ଯେ, ମାତାମଠ ଲେନ୍ ରାସ୍ତାରେ ଥିବା ଦୁଇଟି କ୍ୟାବିନ ମଝିରୁ ଜଣଙ୍କ ମୃତଦେହକୁ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବାବେଳେ କିଏ ତାଙ୍କ ଛାତିକୁ ମାରଣାସ୍ତ୍ରରେ ଆଘାତ କରିବା ଫଳରେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।  ଯୁବକ ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ପଠାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ନାଲି ରଙ୍ଗର ଟି-ସାର୍ଟଟି ରକ୍ତରେ ଭିଜିଯାଇଥିବାବେଳେ ଅତ୍ୟଧିକ ରକ୍ତଶ୍ରାବ ଯୋଗୁଁ ଏବଂ ମାରଣାସ୍ତ୍ରର ଆଘାତ ଯୋଗୁଁ ତାର ମୃତ୍ୟୁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । କିଏ ଏହି ଯୁବକ ଏବଂ ତାଙ୍କୁ କିଏ ମାରି କ୍ୟାବିନ ମଝିରେ ପକାଇଦେଇଛି ପୋଲିସ ତଦନ୍ତ ପରେ ତାହା ସ୍ପଷ୍ଟ ହେବ ।

   Related Posts