ଗାଁ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା...

Published By : Prameya-News7 Bureau | June 29, 2020 IST

ନୀଳଗିରି ୨୯।୦୬ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ଔପଦା ବ୍ଲକ ବାଉଁଶବଣିଆ ଅଞ୍ଚଳରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ଗୋହିରା ଅଞ୍ଚଳର ନିନିବାବୁ ପ୍ରଧାନ। ସେ ବହୁ ବର୍ଷ ଧରି ଶ୍ୱଶୁର ଘର ହରିଶ୍ଚନ୍ଦ୍ର ମହାଳିକଙ୍କ ଘରେ ରହିଆସୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାରୁ ପ୍ରକାଶ କି ବାଉଁଶବଣିଆ ଛକରେ ଜଣେ ବ୍ୟକ୍ତିଙ୍କ ପୋଖରୀରେ ଆଜି ସକାଳେ ଏକ ଶବ ଭାସୁଥିବାର ଦେଖିବାକୁ ମିଳିଥିଲା। କୂଳରେ ଜୋତା ଓ ବ୍ୟାଗ ପଡିଥିବା ବେଳେ ଘଟଣା ନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଶବଟିକୁ ବାହାର କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଜଣକ ଗୋହିରା ଅଞ୍ଚଳର ନିନିବାବୁ ପ୍ରଧାନ। ସେ ବହୁ ବର୍ଷ ଧରି ଶ୍ୱଶୁର ଘର ହରିଶ୍ଚନ୍ଦ୍ର ମହାଳିକଙ୍କ ଘରେ ରହିଆସୁଥିଲେ।କଣ ପାଇଁ ସେ ପୋଖରୀରେ ପଡି ମୃତ୍ୟୁବରଣ କଲେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ନିନିବାବୁ ଙ୍କ ମୃତ୍ୟୁରେ ପରିବାର ଲୋକେ ମୁଣ୍ଡ କଚାଡି କାନ୍ଦୁଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.