NTPC କଣିହାଁ ଆସ୍‌ପଣ୍ଡରେ ଅଭାବନୀୟ ଘଟଣା : ମାଟି ଭିତରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | May 16, 2020 IST

ଅନୁଗୋଳ ୧୬।୫: ଅନୁଗୋଳ NTPC କଣିହାଁ ଆସପଣ୍ଡ ଷ୍ଟେଜ ୨ରେ ଅଭାବନୀୟ ଘଟଣା ଘଟିଛି । ମାଟି ତଳୁ ଜଣଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ପ୍ରାୟ ୨୦ ଫୁଟ ମାଟି ତଳୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି ।

{"id":270625,"sizeSlug":"large"}

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା NTPC କଣିହାଁ ଆସପଣ୍ଡ ଷ୍ଟେଜ ୨ରୁ ମାଟି ତଳୁ ଜଣଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କାକୁଡିଆ ଗାଁର ରୁଲୁ ସାହୁ । ତାଙ୍କ ବୟସ ୩୪ ବର୍ଷ । ସେ ନାଇଟ୍ ସୁପର ଭାଇଜର ଭାବେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ । ରାତିରେ ନାଇଟ୍ ଡ୍ୟୁଟିରେ ଥିଲେ । ତେବେ ଆସ୍ ପଣ୍ଡରେ କାମ ଚାଲୁଥିବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":270626,"sizeSlug":"large"}

ସ୍ଥାନୀୟ ଲୋକ ଘଟଣାର ତଦନ୍ତ ଦାବି କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଖବରପାଇ କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.