ଖରସ୍ରୋତା ନଦୀରୁ ଗଳିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 16, 2020 IST

ଯାଜପୁର ୧୬।୧୦: ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରୁ ଗଳିତ ମୃତଦେହ ଉଦ୍ଧାର । ମୃତଦେହଟି ସୁକିନ୍ଦା ଥାନା ବର୍ତଣ୍ଡା ଗ୍ରାମର ନବକିଶୋର ଓଝାଙ୍କର ବୋଲି ଜଣାପଡିଛି । ତାଙ୍କ ବୟସ ୭୦ ବର୍ଷ ।

ସେ ଗତ ୮ ତାରିଖ ଦିନ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା କରାଯାଇଥିଲା ।

ତେବେ ଗୁରୁବାର ବ୍ରାହ୍ମଣୀ ନଦୀର ଶାଖା ଖରସ୍ରୋତା ନଦୀର ଯୋକଡିଆ ନିକଟରେ ଏକ ଶବ ଭାସି ଆସି ଲାଗିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏଥିସହିତ ସମ୍ପର୍କୀୟଙ୍କଠାରୁ ଖବର ପାଇ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ମଧ୍ୟ ସେଠାରେ ପହଞ୍ଚି ଶବଟିକୁ ଚିହ୍ନଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.