ମଦ ପିଇବାକୁ ଯାଇ ଫେରିଲେନି ଘରକୁ, ମିଳିଲା ମୃତଦେହ : ହତ୍ୟା ସନ୍ଦେହ

Published By : Prameya-News7 Bureau | April 30, 2021 IST

ଯାଜପୁର ୩୦।୪: ଯାଜପୁର ଟାଉନ ଥାନା ମୋଟରଙ୍ଗାପାଳ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଅଂଚଳର ଜୁଳମଣୀ ପରିଡା । ଜୁଳମଣୀ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି ।

ସୂଚନାଯୋଗ୍ୟ ଯେ, ଜୁଳମଣୀ ଗୁରୁବାର ଦିନ କେଉଁଆଡ଼େ ଯାଇ ଘରକୁ ଫେରିନଥିଲେ । ମଦ ପିଇବାକୁ ଯାଇଥିବା ଘର ଲୋକେ ଭାବିଥିଲେ । କିନ୍ତୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘରଠାରୁ ୨୦୦ ମିଟର ଦୂରରେ ମଦ ରନ୍ଧା ଯାଉଥିବା ସ୍ଥାନର କିଛି ଦୂରରେ କେହି ଦୁର୍ବୃତ୍ତ ଜୁଳମଣୀଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ବ୍ୟବସାୟିକ ଶତ୍ରୃତାରୁ ହତ୍ୟା କରାଯାଇଥିବା କୁହାଯାଉଛି । ତେବେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ  ହତ୍ୟା ପଛରେ ବ୍ୟବସାୟିକ ଶତ୍ରୃତା କି ଅନ୍ୟ କିଛି କାରଣ ରହିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.