ରାତିରେ ଝିଅ ସହ ଫୋନ୍‌ ଯୋଗେ କଥା ହୋଇଥିଲେ, ହେଲେ ସକାଳୁ ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | October 16, 2021 IST

ଢେଙ୍କାନାଳ, ୧୬/୧୦: ଗତ ରାତିରେ ଝିଅ ବାପା ସହ ଫୋନରେ କଥା ହୋଇଥିଲା । ଆଉ ରାତି ପହିବା ବେଳକୁ ଝିଅର ମୃତଦେହ ଶାଶୂଘର ଶୋଇବା ଘରୁ ମିଳିଲା । ଯାହାକୁ ନେଇ ଝିଅକୁ ଯୋଜନାବଦ୍ଧ ଭାବେ ତଣ୍ଟି ଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ଢେଙ୍କାନାଳ ନିହଲ ପ୍ରସାଦ ଥାନା ପୋଲିସ ମୃତଦେହକୁ ଶୋଇବା ଘରୁ ଜବତ କରିଥିବା ବେଳେ ମୃତ ମହିଳାଙ୍କ ଏକ ସୁଇସାଇଡ଼ ନୋଟ ଜବତ କରି ତଦନ୍ତ ଚଳାଇଛି । ଏ ସଂକ୍ରାନ୍ତରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ନୀଳପ୍ରସାଦ ଥାନା ଅନ୍ତର୍ଗତ ଦଶମାଣପାଟଣା ଗ୍ରାମର ରଞ୍ଜନ ମହରଣା ଓ ଶ୍ୱଶୁର ଜଗବନ୍ଧୁ ମହାରଣାଙ୍କୁ ଅଟକ ରଖି ଛାନଭିନ କରୁଛି ।

ମୃତ ମହିଳା ଜଣଙ୍କ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମରଜିତାପୁର ଗ୍ରାମର ମୁରଲୀଧର ନାଥଙ୍କ ଝିଅ ବିଜୟା ନାଥ । ସେ ଆଜକୁ ୬ବର୍ଷ ପୂର୍ବେ ଦଶମାଣପାଟଣା ଗ୍ରାମର ରଞ୍ଜନ ମହାରଣାଙ୍କୁ ବିବାହ କରିଥିଲେ । ତେବେ ସ୍ୱାମୀ ତାଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ଉଠାଇଛନ୍ତି ବାପଘର ଲୋକେ । ଏପରିକି ବିଜୟାଙ୍କୁ ତଣ୍ଟିଚିପି ମାରିବା ପରେ ଭିନ୍ନମୋଡ଼ ଦେବାପାଇଁ ବେକରେ ଫାସୀ ଲଗାଇ ଦେଇଥିବା ଅଭିଯୋଗ ଉଠାଇ ଦୃଢ କଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ମହିଳାଙ୍କ ବାପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.