ବିରୂପା ପୋଲ ତଳୁ ଜଣଙ୍କ ମୃତଦେହ ଠାବ, ମିଳିନି ପରିଚୟ

Published By : Prameya-News7 Bureau | November 05, 2021 IST

ଚୌଦ୍ବାର ୫।୧୧: ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବିରୂପା ପୋଲ ତଳୁ ଜଣେ ପାଗଳର ମୃତଦେହ ଠାବ କରିଛି ଟାଙ୍ଗୀ ପୋଲିସ । ଏହି ପୋଲ ତଳେ ୨ ଜଣ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତେଦହ ଶୁକ୍ରବାର ସ୍ଥାନୀୟ ବ୍ୟକ୍ତି ଦେଖିବାକୁ ପାଇଥିଲେ ।

ସ୍ଥାନୀୟଲୋକଙ୍କ ସୂଚନା ଅନୁସାରେ, ଶୁକ୍ରବାର ସକାଳୁ ସେ ବିଲକୁ କାମ କରିବାକୁ ଯାଉଥିବା ବେଳେ ଏହି ପୋଲ ତଳୁ ଦୁର୍ଗନ୍ଧ ଆସୁଥିଲା । ଏହାପରେ ସେମାନେ ଟାଙ୍ଗି ଥାନାକୁ ଖବର ଦେବାପରେ ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲ ତଳେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତ ବ୍ୟକ୍ତି ଜଣଙ୍କ ଜଣେ ପାଗଳ ବୋଲି ସ୍ଥାନୀୟ ଲୋକମାନେ ସ୍ପଷ୍ଟ କରିଥିଲେ । ଦୀର୍ଘଦିନ ହେବ ୨ ଜଣ ପାଗଳ ଏହି ପୋଲ ତଳେ ରହୁଥିବା କଥା ସ୍ଥାନୀୟ ବ୍ୟକ୍ତି କହିଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପାଗଳଟିର କିପରି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତ ମୃତ ପାଗଳର ପରିଚୟ ମିଳିନଥିବା ବେଳେ ଟାଙ୍ଗୀ ପୋଲିସ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.