ଖଜୁରୀ ବୁଦା ନିକଟରେ ପଡ଼ିରହିଛି ଅଜଣା ଯୁବକର ମୃତଦେହ, କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ

Published By : Prameya-News7 Bureau | January 22, 2022 IST

ଭୁବନ, ୨୨/୦୧: ଖଜୁରୀ ବୁଦା ନିକଟରୁ ଅଜଣା ଯୁବକର ମୃତଦେହ ଠାବ । ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଗ୍ରାମଠାରୁ ସୁରପ୍ରତାପପୁର ରାସ୍ତାର ଡିହଗଡା ଖଜୁରୀ ବୁଦାମୁଳେ ଜଣେ ଅଚିହ୍ନା ଯୁବକର ମୃତଦେହ ମିଳିଛି । ଆଜି ସନ୍ଧ୍ୟା ସମୟରେ କାଉ ପକ୍ଷୀମାନଙ୍କର ରାବ ଶୁଣି ପଥଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଡିଥିବା ଦେଖି ସୁରପ୍ରତାପପୁର ଫାଣ୍ଡିକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ପହଞ୍ଚି ଉକ୍ତ ଅଞ୍ଚଳ ନିଜ ଥାନା ଅଧିନରେ ଆସୁନଥିବା ଦର୍ଶାଇ ଫାଣ୍ଡିକୁ ଫେରିଯାଇଥିବା ଜଣାପଡିଛି । ତେବେ ମୃତ ଶରୀରକୁ ଦେଖି କେହି ହତ୍ୟାକରି ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.