ପରିତ୍ୟକ୍ତ ଘରୁ ମିଳିଲା ଗଳିତ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 30, 2021 IST

ଆଠମଲ୍ଲିକ ୩୦।୧୦: ପରିତ୍ୟକ୍ତ ଇନ୍ଦିରା ଆବାସ ଘରୁ ଉଦ୍ଧାର ହେଲା ଗଳିତ ମୃତଦେହ । ଆଠମଲ୍ଲିକ ବ୍ଲକ୍ କିଶୋରନଗର ଥାନା ନିକଟ ଖଣ୍ଡହୋତା ଗ୍ରାମରୁ ଉଦ୍ଧାର ହୋଇଛି ମୃତଦେହ ।

ଉଲ୍ଲେଖଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଶୋରନଗର ଥାନା ଖଣ୍ଡହୋତା ଗାଁରେ ଘଟିଛି ଅଭାବନୀୟ ଘଟଣା । ପରିତ୍ୟକ୍ତ ଇନ୍ଦିରା ଆବାସ ଘରୁ ମିଳିଛି ଗଳିତ ମୃତଦେହ । ମୃତକ ଜଣଙ୍କ ବ୍ରହ୍ମନନ୍ଦ ସୁନା । ପିନ୍ଧିଥିବା ସାର୍ଟରୁ ବ୍ୟକ୍ତିଙ୍କ ପରିଚୟ ମିଳିଥିବା ସୂଚନା ଦେଇଛି ପୋଲିସ ।

{"id":535510,"sizeSlug":"full","linkDestination":"none"}

ପୋଲିର କହିବା ଅନୁସାରେ, ବ୍ରହ୍ମନନ୍ଦଙ୍କ ଘର କିଶୋରନଗର ଥାନା ବଏଜା ଗ୍ରାମରେ । ସେ ଗତ ସେପ୍ଟେମ୍ବର ୫ ତାରିଖରୁ ଘରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଛି କହି ଯାଇଥିଲା । କିନ୍ତୁ ସେ କେଉଁ କାରଣରୁ ବାହାରକୁ ନଯାଇ ସେହି ଘରକୁ ଆସିଥିଲେ, ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେ ନେଇ ଖୋଳତାଡ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.