କୂଅରେ ଭାସୁଛି ବ୍ୟକ୍ତିଙ୍କ ମୃତଦେହ, ୨ ଦିନ ହେଲା ଥିଲେ ନିଖୋଜ

Published By : Prameya-News7 Bureau | January 30, 2020 IST

ଅନୁଗୋଳ ୩୦।୧: ଦୁଇ ଦିନ ହେବ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ କୂଅରେ ଭାସୁଛି । ମୃତକ ହେଲେ ହମାମିରା ଗାଁର ଚେମୁ ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ତାଳଚେର କଳମୁଛୁଇଁର ଏକ ଢାବା ପଛପାଖ କୂଅରେ ଭାସୁଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ମୃତକ ଜଣଙ୍କ ଢାବାରେ ମିସ୍ତ୍ରୀ ଭାବେ କାମ କରୁଥିଲେ । ସେ ଦୁଇଦିନ ହେବ ନିଖୋଜ ଥିଲେ । ତେବେ ଆଜି ତାଙ୍କର ମୃତଦେହ କୂଅରୁ ଉଦ୍ଧାର ହୋଇଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ସନ୍ଦେହ କରାଯାଉଛି । କଲିୟାରୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.