ନଦୀରୁ ମିଳିଲା ଗଳିତ ମୃତଦେହ, ଦୁଇଦିନ ହେଲା ଥିଲେ ନିଖୋଜ
12/06/2020 at 12:44 PM

ବ୍ରହ୍ମପୁର ୧୨।୬: ନଦୀରୁ ମିଳିଲା ଗଳିତ ମୃତଦେହ । ମୃତକ ହେଉଛନ୍ତି ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମର ଦଣ୍ଡିଆ ନାଇକ । ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଗପହଣ୍ଡି ବ୍ଲକ୍ କୈଠଖଣ୍ଡି-ନୂଆଗଡ ଗ୍ରାମ ଛକ ନିକଟ ଘୋଡାହାଡ ନଦୀରୁ ଶୁକ୍ରବାର ସକାଳ ପ୍ରାୟ ସାଢେ ୮ଟାରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହଟି ଦିଗପହଣ୍ଡି ଥାନା ମଙ୍ଗରାଜପୁର ଗ୍ରାମର ଦଣ୍ଡିଆ ନାଇକ ବୋଲି ଚିହ୍ନଟ କରାଯାଇଛି । କିଛି ଲୋକ ମୃତଦେହଟି ନଦୀରେ ଭାସୁଥିବା ଦେଖିଥିଲେ ।
ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଦିଗପହଣ୍ଡି ଥାନା ଏସଆଇ ମାଧବ ଚନ୍ଦ୍ର ଟାକରି ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ନଂ. ୫/୨୦ ରୁଜୁ କରିଛନ୍ତି । ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଦଣ୍ଡିଆ ଗତ ଦୁଇଦିନ ହେଲା ନିଖୋଜ ଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି ।