ଭାର୍ଗବୀ ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ମୃତଦେହ, ୩ରୁ ୪ଦିନ ତଳୁ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | March 13, 2020 IST

ବାଲିପାଟଣା ୧୩।୩: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବାୟାଁପଦା ଗ୍ରାମ ଭାର୍ଗବୀ ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ମୃତଦେହ । ମୃତଦେହଟି ୩ରୁ ୪ ଦିନର ହେବ ବୋଲି ଜଣାପଡିଛି । ହାଫ୍ ପ୍ୟାଣ୍ଟ ଏବଂ ଲାଲ୍‌ ରଙ୍ଗର ଗଞ୍ଜି ପିନ୍ଧିଥିବା ମୃତ ଯୁବକଙ୍କ ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

{"id":237385,"sizeSlug":"large"}

ଶୁକ୍ରବାର ସକାଳେ ଗ୍ରାମର କିଛି ଲୋକ ମୃତଦେହକୁ ଦେଖିଥିଲେ । ମୃତଦେହଟି ପଚିଯାଇ ଦୁର୍ଗନ୍ଧ ବାହାରୁଛି । ସ୍ଥାନୀୟ ଲୋକ ବାଲିପାଟଣା ପୋଲିସକୁ ଖବର ଦେଇଥିଲେ । ମୃତଦେହଟି କାହାର ଏବଂ କିପରି ଏଠାକୁ ଆସିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଚଳାଇଛି ।

{"id":237386,"sizeSlug":"large"}

ଗତକାଲି ଜଣେ ଛାତ୍ର ଭାର୍ଗବୀ ନଦୀରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ଯାହାଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.