ଟ୍ରେନ୍ ଲାଇନ୍ କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା' ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | March 08, 2021 IST

ପାରାଦୀପ ୮।୩: ପାରାଦୀପ ଅଠରବାଙ୍କୀ ରେଲବାଇ କଲୋନୀ ପଛପଟ ଟ୍ରେନ୍ ଲାଇନ୍ ରୁ ମୄତଦେହ ଉଦ୍ଧାର କରାଯାଇଛି । ମୄତକର ପରିଚୟ ପ୍ରିୟରଞ୍ଜନ ମାହାଳ । ତାଙ୍କ ଘର ଯାଜପୁର ଜିଲ୍ଲାର ନୂଆ ସୁନଗୁଡା ଅଞ୍ଚଳରେ ବୋଲି ଜଣାପଡିଛି ।

ପ୍ରିୟରଞ୍ଜନ ଅଠରବାଙ୍କୀ ସ୍ଥିତ ଫାଣ୍ଡି କଲୋନୀରେ ଦୀର୍ଘଦିନ ହେବ ରହି ଆସୁଥିବା ବେଳେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଏଭଳି ଅବସ୍ଥାରେ ତାଙ୍କର ମୄତଦେହ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛି ସେ ନେଇ କିଛି ସ୍ପଷ୍ଟ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.