ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 02, 2020 IST

ଝାରସୁଗୁଡା ୨।୯: ଝାରସୁଗୁଡା ସହର ନିକଟ ସରବାହଲ ରେଳବାଇ ଫାଟକ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୋଲିସ । ବୁଧବାର ସକାଳୁ ବଡମାଲ ଅଞ୍ଚଳର ୩୦ ବର୍ଷ ବୟସ୍କ ସଚିନ୍ଦ୍ର ଭୋଇ ରେଳ ଧାରଣାରେ କଟି ଯାଇଥିବା ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କ ପରିବାରକୁ ଖବର ଦେଇଥିଲେ ।

ପରିବାର ଲୋକେ ଘଟଣାସ୍ଥାଳରେ ପହଞ୍ଚି ଦେଖିବା ପରେ ସଚିନ୍ଦ୍ର ଆତ୍ମହତ୍ୟା କରିଥିବା ସ୍ପଷ୍ଟ କରିଥିଲେ । ଘରର ଆର୍ଥିକ ବୋଝ ସମ୍ଭାଳି ନପାରି ସେ ଆତ୍ମହତ୍ୟା କରିଥାଇ ପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ମୃତକଙ୍କ ଭଉଣୀ । ଖବର ପାଇ ରେଳବାଇ ପୋଲିସ ଆସି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ କେଉଁ ଟ୍ରେନରେ ଯୁବକ କଟିଛି ତାର ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.