ରେଳ ଲାଇନ୍‌ରେ ମୃତଦେହ, ଅଲଗା ପଡିଛି ମୁଣ୍ଡ ଓ ଗୋଡ

Published By : Prameya-News7 Bureau | March 13, 2020 IST

ଡେଲାଙ୍ଗ ୧୩।୩: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଜଗଦଲପୁର ରେଳ ଲାଇନରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତଦେହଠାରୁ ମୁଣ୍ଡ ଓ ଗୋଡ ଅଲଗା ହୋଇ ଯାଇଥିବା ଦେଖିବାକୁ ମିଳିଛି । ଜଗଦଲପୁର ଲେବଲକ୍ରସିଂଠାରେ ରେଳ ଟ୍ରାକ୍ ରୁ ଉଦ୍ଧାର ହୋଇଥିଲା ମୃତଦେହ ।

ତେବେ ମୃତଦେହଟି ଘୋରଡିଆ ଅନ୍ତର୍ଗତ ଜୋରକଣି ଗ୍ରାମର କାଳୁ ବରାଳଙ୍କର ବୋଲି ସୂଚନା ମିଳିଛି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.