Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ରେଲଓ୍ବେ ସାଇଡିଂରୁ ଶ୍ରମିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ମାଲବାହୀ ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ

6/08/2020 at 11:46 AM

ବଡବିଲ ୬।୮: ବଡବିଲ ରଶ୍ମୀ ମେଟାଲିକ୍ ରେଲଓ୍ବେ ସାଇଡିଂରେ ଅଘଟଣ । ଟ୍ରେନ୍ ଲାଇନରେ କଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ରେଲଓ୍ବେ ସାଇଡିଂ ପାଖରେ ଥିବା ଢପା ସାହିର ଗମା ଗଇପଇ । ଗମା ଏହି ଘରୋଇ ସାଇଡିଂରେ ଲେବଲିଂ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ରେଲଓ୍ବେ ସାଇଡିଂରେ କାମ କରିବାକୁ ଯାଇ ସେ ଆଉ ଘରକୁ ଫେରିନଥିଲେ ।

ଗୁରୁବାର ସକାଳୁ ତାଙ୍କ ବଡଭାଇ କୁସୁମୁ ଗଇପଇ ଶୌଚ ହେବାକୁ ଯିବା ସମୟରେ ରେଳ ଧାରଣାରେ ସାନଭାଇର ଖଣ୍ଡବିଖଣ୍ଡିତ ମୃତଦେହକୁ ଦେଖିଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି । ତେବେ କେଉଁ ପରିସ୍ଥିତିରେ ଗମାଙ୍କ ଏଭଳି ଭାବରେ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ, ମାଲବାହୀ ଟ୍ରେନ୍ ମାଡିଯିବା ଯୋଗୁଁ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

   Related Posts